ପ୍ରତିଶବ୍ଦ (Synonyms Word in Odia )

Synonyms Word in Odia

ପ୍ରତିଶବ୍ଦ (Synonyms Word in odia)ର ଅର୍ଥ ହେଉଛି ଏକ ଶବ୍ଦର ଅର୍ଥ ଏକ ବା ସମାନ ହୋଇଥାଏ , କିନ୍ତୁ ସେମାନଙ୍କର ଧ୍ୱନି କିମ୍ବା ରୂପରେ ଭିନ୍ନତା ଥାଇପାରେ | ସରଳ ଶବ୍ଦରେ, ଦୁଇ ବା ଅଧିକ ଶବ୍ଦ ଯାହା ଏକ ବା ଏକ ସମାନ ଅର୍ଥ ପ୍ରକାଶ କରେ, ଏହାକୁ ପ୍ରତିଶବ୍ଦ (Synonyms Word) କୁହାଯାଏ | ଏହି ଶବ୍ଦଗୁଡ଼ିକ ଭାଷାରେ ବିଭିନ୍ନତା ଆଣିବା, ସମାନ ଧାରଣାକୁ ବିଭିନ୍ନ ରୂପରେ ପ୍ରକାଶ କରିବା ଏବଂ ଏକ ବିଷୟକୁ ଗଭୀର ଭାବରେ ବୁଝିବା ପାଇଁ ବ୍ୟବହୃତ ହୁଏ | ଉଦାହରଣ ସ୍ୱରୂପ, “ସୁନ୍ଦର” ଏବଂ “ଆକର୍ଷଣୀୟ” ଶବ୍ଦର ଅର୍ଥ ପ୍ରାୟ ସମାନ ଅଟେ , କିନ୍ତୁ ପ୍ରସଙ୍ଗ ଉପରେ ନିର୍ଭର କରି ସେମାନଙ୍କର ବ୍ୟବହାର ଭିନ୍ନ ହୋଇପାରେ |

ଶବ୍ଦର ପୁନରାବୃତ୍ତିକୁ ହ୍ରାସ କରିବା ଏବଂ ଭାଷାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଲେଖା ବା ଭାଷଣରେ ପ୍ରତିଶବ୍ଦ (Synonyms Word) ବ୍ୟବହାର କରାଯାଏ | ଏହା ଲେଖକଙ୍କୁ ଅଧିକ ସୃଜନଶୀଳ ଢଙ୍ଗରେ ଧାରଣା ପ୍ରକାଶ କରିବାକୁ ସ୍ୱାଧୀନତା ଦେଇଥାଏ |

ବୁଝାମଣାକୁ ସ୍ପଷ୍ଟ କରିବା ପାଇଁ ପ୍ରତିଶବ୍ଦ (Synonyms Word)ମଧ୍ୟ ବ୍ୟବହୃତ ହୁଏ | ଉଦାହରଣ ସ୍ୱରୂପ, ଯଦି ଆମେ “ସେ ବହୁତ ଚତୁର” ସେଇଠି ଆମେ “ଚତୁର” ପରିବର୍ତ୍ତେ “ବୁଦ୍ଧିମାନ”, କିମ୍ବା “ତୀକ୍ଷ୍ଣ” ଭଳି ସମାନ ଶବ୍ଦ ବ୍ୟବହାର କରିପାରିବା, ଯାହା ବାକ୍ୟକୁ ଅଧିକ ସ୍ପଷ୍ଟତା ଦେବ କିମ୍ବା ଏକ ଭାବପ୍ରବଣତା ହୋଇପାରେ |

ଭାଷା ଅଧ୍ୟୟନରେ ପ୍ରତିଶବ୍ଦ (Synonyms Word) ଜ୍ଞାନ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଯେକୌଣସି ପ୍ରସଙ୍ଗ କିମ୍ବା ସଂଳାପକୁ ଅଧିକ ସଠିକ୍ ଏବଂ ପ୍ରଭାବଶାଳୀ କରିପାରେ | ଆହୁରି ମଧ୍ୟ, ଏହା ଭାଷା ବ୍ୟବହାରକାରୀଙ୍କୁ ବିଭିନ୍ନ ପ୍ରକାରର ଶବ୍ଦ ବ୍ୟବହାର କରି କିପରି ଭାବନା ଏବଂ ଚିନ୍ତାଧାରାକୁ ଉପଯୁକ୍ତ ଭାବରେ ପ୍ରକାଶ କରିବାକୁ ଶିଖାଏ |

ଅଧିକନ୍ତୁ, ପତିଶବ୍ଦର ବ୍ୟବହାର ଭାଷା ବିରକ୍ତିକୁ ହ୍ରାସ କରେ ଏବଂ ଯୋଗାଯୋଗକୁ ଅଧିକ ଆକର୍ଷଣୀୟ କରିଥାଏ | ଏହି ଶବ୍ଦର ସଠିକ୍ ବ୍ୟବହାର ଭାଷା ଶାସ୍ତ୍ରକୁ ଆୟତ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥାଏ |

ପତିଶବ୍ଦ ର ପ୍ରଶ୍ନ ଅନେକ ପରୀକ୍ଷାରେ ମଧ୍ୟ ଆସିଥାଏ , ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ |

ପ୍ରତିଶବ୍ଦ (Synonyms Word) ଏକ ତାଲିକା ପ୍ରସ୍ତୁତ କରିବା ଭାଷାର ବ୍ୟବହାରକୁ ଅଧିକ ସମୃଦ୍ଧ କରିଥାଏ | ପତିଶବ୍ଦର କିଛି ଉଦାହରଣ ତଳେ ଦିଆଯାଇଛି |

ପ୍ରତିଶବ୍ଦ(Synonyms Word in Odia)

ଅତାଵଶ୍ୟକ – ଅନିରବାର୍ଯ୍ୟ, ଅପରିହାର୍ଯ୍ୟ, ପରମାବଶ୍ୟକ
ଅତ୍ୟାଚାରୀ – ନୃଶଂସ, ଆତତାୟୀ, ବର୍ବର
ଅଧିକାର – ଯୋଗ୍ୟତା, ସ୍ଵାମୀତ୍ୱ , ସ୍ୱତ୍ୱ
ଅଧିକାରୀ – ଯୋଗ୍ୟ, ପାତ୍ର, ସତ୍ତ୍ୱାଧାରୀ, ଅଧିପତି
ଅନ୍ଧକାର, ଅନ୍ଧାର, ତିମିର, ତମସ
ଅମୃତ – ସୁଧା, ଅମୀୟ, ସୋମ
ଅସୁର – ରାକ୍ଷସ, ଦାନଵ , ଦୈତ୍ୟ, ନିଶାଚର, ରାଜନୀଚର 
ଆକାଶ – ଗଗନ , ଅମ୍ବର , ଅନନ୍ତ , ବ୍ୟୋମ 
ଆଖି – ନୟନ, ନେତ୍ର, ଚକ୍ଷୁ
ଆନନ୍ଦ – ହର୍ଷ, ପ୍ରସନ୍ନତା, ଆଲ୍ହାଦ, ଉଲ୍ଲାସ, ଖୁସି
ଆଶ୍ଚର୍ଯ୍ୟ – ଅଦ୍ଭୁତ, ଅତୁଳ, ଅପୂର୍ବ, ଅଦ୍ଵିତୀୟ
ଆଶ୍ରମ – ମଠ, ବିହାର
ଇଛା – ଆକାଂକ୍ଷା , କାମନା , ଅଭିଳାଷ , ବାଞ୍ଛା, ଆଗ୍ରହ 
ଇନ୍ଦ୍ର – ଦେବରାଜ, ଦେବେନ୍ଦ୍ର , ସୁରପତି 
ଗଙ୍ଗା – ଦେବନଦୀ , ସୁରସରି
ଗଣେଶ – ଲମ୍ବୋଦର, ବିଘ୍ନେଶ, ଏକଦନ୍ତ, ମୂଷକ ବାହନ, ଗଜାନନ, ବିନାୟକ, ଗଣପତି, ବିଘ୍ନ ନାଶକ, ମହାକାୟ
ଗରମ- ତାପ , ଉତପ୍ତ , ଉସ୍ମ 
ଘର- ଆବାସ , ଭବନ, ଗୃହ , ଆଳୟ, ନିବାସ , ସଦନ,ନିକେତନ
ଘୋଡା – ଅଶ୍ୱ , ଘୋଟକ ,ସୈନ୍ଧବ

ପ୍ରତିଶବ୍ଦ(Synonyms Word in Odia)

ଚନ୍ଦ୍ର- ନିଶାକର , ରଜନୀପତି, କମଳନିଧି, ଚନ୍ଦ୍ରମା , ଜହ୍ନ 
ଜଙ୍ଗଲ – ବଣ ,କାନନ
ଝିଅ – ତନୁଜା, ତନୟା,ଦୁହିତା
ଦେବତା – ସୁର, ଦେବ, ଗ୍ରୀବାଣ
ନଦୀ- ତଟିନୀ, ସରିତା , ତରଙ୍ଗିଣୀ 
ନାରାୟଣ – ମାଧବ, ଗୋବିନ୍ଦ, ମୁକୁନ୍ଦ, ଅଚ୍ୟୁତ, ଚକ୍ରପାଣି, କେଶବ
ନିଆଁ – ଅଗ୍ନି , ଅନଳ, ବହ୍ନି 
ନୌକା – ନାବ, ତରୀ
ପକ୍ଷୀ – ବିହଙ୍ଗ, ଦ୍ଵିଜ, ଚଡ଼େଇ, 
ପଣ୍ଡିତ – ବିଦ୍ୱାନ, ବିଚକ୍ଷଣ, ମନୀଷୀ
ପତ୍ନୀ – ସ୍ତ୍ରୀ, ଅର୍ଦ୍ଧାଙ୍ଗିନୀ,ଗୃହିଣୀ, ଭାର୍ଯ୍ୟା, ବଧୂ
ପଥର – ପ୍ରସ୍ତର, ଉପଳ
ପଦ୍ମ – କମଳା, ପଙ୍କଜ , ସରୋଜ, ଅରବିନ୍ଦ , ନିରଜ 
ପବନ – ବାୟୁ , ସମୀର , ଅନିଳ , ମରୁତ 
ପର୍ବତ – ପାହାଡ଼, ଭୂଧର, ମହୀଧର, ଶୈଳ, ଗିରି
ପାଣି – ଜଳ, ନିର , ଅମ୍ବୁ , ବାରି , ସଲିଳ 
ପୁଅ – ତନୁଜ, ଜନଜ, ପୁତ୍ର, ସୁତ,ତନୟ 
ପୁଷ୍ପ – କୁସୁମ, ଫୁଲ, ସୁମନ
ପୃଥିବୀ -ଧରିତ୍ରୀ, ବସୁଧା, ଭୂମି, ବସୁନ୍ଧରା, ଧରଣୀ
ପୋଖରୀ – ସରୋବର, ଜଳାଶୟ, ପୁସ୍କର

ପ୍ରତିଶବ୍ଦ(Synonyms Word in Odia)

ବସ୍ତ୍ର – ପରିଧାନ, କପଡା, ପଟ
ବୃକ୍ଷ – ତରୁ, ଗଛ, ଦ୍ରୁମ, ପାଦପ
ଭଗବାନ – ଈଶ୍ୱର , ପ୍ରଭୁ , ପରମାତ୍ମା , ପରମେଶ୍ୱର 
ମାଛ – ମତ୍ସ୍ୟ, ମୀନ
ମିଛ – ଅସତ୍ୟ, ମିଥ୍ୟା, ଅବାସ୍ତବିକ, କୂଟକ
ମୁଣ୍ଡ – ମସ୍ତକ, ମଥା
ମେଘ – ବାଦଲ, ଜଳଧର, ଘନ, ପୟୋଦ
ରାଜା – ନରପତି, ନୃପ, ନୃପତି, ମହୀପ, ମହୀପତି, ଭୂପତି, ନରେଶ, ସମ୍ରାଟ
ରାତି – ରଜନୀ, ରାତ୍ରି, ନିଶା, ଯାମିନୀ
ଶିକ୍ଷକ – ଗୁରୁ, ଆଚାର୍ଯ୍ୟ, ଅଧ୍ୟାପକ, ଉପାଧ୍ୟାୟ
ସମୁଦାୟ – ସମୂହ, ପୁଞ୍ଜ, ମଣ୍ଡଳ, ଦଳ
ସମୁଦ୍ର – ସାଗର, ଜଳଧି, ସିନ୍ଧୁ, ନିରନିଧି, ରତ୍ନାକର, ନିରଧି
ସରସ୍ବତୀ – ବୀଣାପାଣି, ସାରଦା, ବ୍ରାହ୍ମୀ
ସାଙ୍ଗ – ବନ୍ଧୁ , ମିତ୍ର, ସାଥି, ସଖା, ମିତ, ସହାୟକ,ଅନ୍ତରଙ୍ଗ
ସାପ – ସର୍ପ , ଭୁଜଙ୍ଗ,ବିଷଧର,ଅହି
ସିଂହ – କେଶରୀ, ମହାବୀର, ବନରାଜ
ସୁନା – ସ୍ବର୍ଣ୍ଣ, ଜାତରୁପ, ସୁବର୍ଣ୍ଣ
ସୁନ୍ଦର – ମନୋହର, ଚିତାକର୍ଷକ, ରମ୍ୟ
ସୂର୍ଯ୍ୟ – ରବି, ଦିବାକର, ସୁରଜ, ଆଦିତ୍ୟ, ପ୍ରଭାକର, ଭାସ୍କର
ସେବକ – ପରିଚାରକ, ଚାକର , ଭୃତ୍ୟ, ସେବକ, ଅନୁଚର
ସ୍ୱାମୀ – ପତି, ଭର୍ତ୍ତା , ବଲ୍ଲଭ, ଆର୍ଯ୍ୟ
ହାତୀ – ହସ୍ତୀ, ଗଜରାଜ
ହଠାତ – ଅକସ୍ମାତ, ସଂଯୋଗବଶ, ଅଚାନକ, ଏକଦମ
ଦୁର୍ଭିକ୍ଷ – ଅକାଳ, କୁସମୟ
ବୟସ – ଜୀବନକାଳ , ଆୟୁ
ଆଶ୍ରିବାଦ – ଶୁଭକାମନା, ଶୁଭବଚନ, ଆଶିଷ, ଆଶ୍ରିବଚନ
ଆକ୍ରମଣ – ଆଘାତ, ପ୍ରହାର, ବାର
ଆରୋପ – ଅଭିଯୋଗ, ବ୍ୟଙ୍ଗ, ଦୋଷାରୋପଣ, କଟୁଭାଷଣ
ସମାପ୍ତ – ଅନ୍ତ, ଶେଷ, ଅନ୍ତିମ, ସମାପ୍ତି, ଉପସଂହାର
ସହମତି – ଆଂଜ୍ଞା, ଅନୁଶାସନ
ଆଦରଣୀୟ – ପୂଜନୀୟ, ଶ୍ରଦ୍ଧାସ୍ପଦ, ମାନନୀୟ, ପୂଜ୍ୟ, ସମ୍ମାନୀୟ, ମାନ୍ୟ

ଏହି ବିଷୟବସ୍ତୁକୁ ନେଇ କିଛି ବି ଅଭିଯୋଗ/ପରାମର୍ଶ କିମ୍ବା ଆଉ ଯଦି କିଛି ଜାଣିବାକୁ ଚାଁହୁଥିବେ ତ ଜଣାନ୍ତୁ | ଧନ୍ୟବାଦ ❤❤❤

Please Share This

WhatsApp
Facebook
Threads
Twitter
X
Scroll to Top