ଉତ୍କଳ ମଣି ଗୋପବନ୍ଧୁ ଦାସ :Gopabandhu Das: The Jewel of Odisha
ଗୋପାବନ୍ଧୁ ଦାସ(Gopabandhu Das) 9 ଅକ୍ଟୋବର 1877 ରେ ଓଡିଶାର ପୁରୀ ନିକଟ ସୁଆଣ୍ଡୋ ଗ୍ରାମରେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ଥିଲେ ଦୈତାରୀ ଦାସଙ୍କ ତୃତୀୟ ପତ୍ନୀ ସ୍ୱର୍ଣ୍ଣମୟୀ ଦେବୀ। ତାଙ୍କ ପିତା ଜଣେ ମୁଖିଆ ଥିଲେ । ଦାଶ ମାତ୍ର ବାର ବର୍ଷ ବୟସରେ ବିବାହ କରିଥିଲେ କିନ୍ତୁ ତାଙ୍କ ଶିକ୍ଷା ଜାରି ରଖିଥିଲେ। ନିକଟସ୍ଥ ଏକ ମାଧ୍ୟମିକ ବିଦ୍ୟାଳୟକୁ ଯିବା ପୂର୍ବରୁ ସେ ଗାଁରେ ମୌଳିକ ଶିକ୍ଷା ଗ୍ରହଣ କରିଥିଲେ। ତା’ପରେ, 1893 ମସିହାରେ, ଯେଉଁ ସମୟରେ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିଲା, ଦାସ ପୁରୀ ଜିଲା ବିଦ୍ୟାଳୟରେ ଯୋଗ ଦେଇଥିଲେ | ସେଠାରେ ସେ ରାମଚନ୍ଦ୍ର ଦାସଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ, ଯିଏ ଜଣେ ଜାତୀୟତାବାଦୀ ତଥା ଦୁଃଖ ସମୟରେ ଲୋକଙ୍କୁ ସାହାଯ୍ୟ କରିବାରେ ଜନସେବା ପ୍ରୋତ୍ସାହକ ଥିଲେ। ସହଯୋଗର ଭାବନାରେ ତାଙ୍କ ସାଥୀ ପିଲାମାନଙ୍କୁ ସଂଗଠିତ କରିବା, ହଇଜା ରୋଗରେ ପୀଡିତଙ୍କ ପାଇଁ କର୍ତ୍ତୃପକ୍ଷଙ୍କ ଅନୁପଯୁକ୍ତ ପ୍ରତିକ୍ରିୟା ତାଙ୍କୁ ପୁରୀ ସଭା ସମିତି ନାମକ ଏକ ସ୍ୱେଚ୍ଛାସେବୀ ଦଳ ଆରମ୍ଭ କରିବାକୁ ପ୍ରେରିତ କଲା | ଏହାର ସଦସ୍ୟମାନେ ଏହି ରୋଗରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିଥିଲେ ଏବଂ ତା ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମ କରୁଥିଲେ ।
କଟକସ୍ଥିତ ରେଭେନ୍ସା କଲେଜର ଛାତ୍ର ଭାବରେ ସେ ପଡୁଥିବା ବେଳେ ଇନ୍ଦ୍ରଧନୁ ଏବଂ ବିଜୁଳି ପରି ସ୍ଥାନୀୟ ସାହିତ୍ୟ ପତ୍ରିକା ପାଇଁ ଲେଖିଥିଲେ। ସେ ସହି ସମୟରେ ବିଧବା ପୁର୍ନବିବାହ ଏବଂ ମହିଳାଙ୍କ ଶିକ୍ଷାକୁ ସପୋର୍ଟ କରୁଥିଲେ ସେ ଥରେ ଏକ ବ୍ୟଙ୍ଗାତ୍ମକ କବିତା ଦାଖଲ କରିଥିଲେ ଯାହା ବିଦ୍ୟାଳୟର ଇନ୍ସପେକ୍ଟରଙ୍କୁ ଏତେ କ୍ରୋଧିତ କରିଥିଲା ଯେ ଦାସ ଏଥିପାଇଁ କ୍ଷମା ମାଗିବାକୁ ମନା କରିବା ଯୋଗୁଁ ତାଙ୍କୁ ଦଣ୍ଡ ଦିଆଯାଇଥିଲା।
ରେଭେନ୍ସା ଠାରେ ଥିବା ସମୟରେ ଗୋପାବନ୍ଧୁ ଦାସ(Gopabandhu Das) ତାଙ୍କ ବନ୍ଧୁ ବ୍ରଜସୁନ୍ଦର ଦାସ ଏବଂ ଲୋକନାଥ ପଟ୍ଟନାୟକଙ୍କ ସହ କର୍ତବ୍ୟ ବୋଧୀନି ସମିତି ନାମକ ଏକ ଆଲୋଚନା ଗୋଷ୍ଠୀ ଆରମ୍ଭ କରିଥିଲେ ଯେଉଁଥିରେ ସେମାନେ ସାମାଜିକ, ଅର୍ଥନୈତିକ ଏବଂ ଆଉ ରାଜନୈତିକ ସମସ୍ୟା ବିଷୟରେ ଆଲୋଚନା କରୁଥିଲେ । 1903 ମସିହାରେ ମଧ୍ୟ ଏହି ସମୟରେ ସେ ଉତ୍କଳ ସମ୍ମିଳିନୀ ର ଏକ ସଭାରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ମଧୁସୂଦନ ଦାସଙ୍କ ପରାମର୍ଶରେ ସହମତ ନଥିଲେ ଯେ ଓଡିଆ ଭାଷାଭାଷୀ ଅଞ୍ଚଳକୁ ବଙ୍ଗଳା Presidency ସହ ମିଶ୍ରଣ କରିବାକୁ ନେଇ ।
ସାମାଜିକ କାର୍ଯ୍ୟରେ ତାଙ୍କର ଉତ୍ସର୍ଗୀକୃତ ଏତେ ଥିଲା ଯେ ସେ ପ୍ରଥମ ଥର ତାଙ୍କର ବିଏ ଡିଗ୍ରୀ ପରୀକ୍ଷାରେ ବିଫଳ ହୋଇଥିଲେ, କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ସେ ସଫଳ ହୋଇଥିଲେ |ରେଭେନ୍ସା ରେ ଥିବାବେଳେ ହିଁ ନବଜାତ ଅସୁସ୍ଥ ପୁତ୍ରକୁ ଛାଡି ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ଯେତେବେଳେ ତାଙ୍କୁ ପଚାର ଯାଇଥିଲା ନିଜ ପୁଅ ପାଖରେ ନ ରହି ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ କାହିଁକି ବାଛିଛନ୍ତି ବୋଲି ସେ କହିଥିଲେ, “ମୋ ପୁଅର ଯତ୍ନ ନେବାକୁ ବହୁତ ଲୋକ ଅଛନ୍ତି | ମୁଁ ଆଉ କ’ଣ କରିପାରିବି? କିନ୍ତୁ ପ୍ରଭାବିତ ଅଞ୍ଚଳରେ ସାହାଯ୍ୟ ପାଇବା ପାଇଁ ବହୁତ ଲୋକ କାନ୍ଦୁଛନ୍ତି ଏବଂ ସେଠାକୁ ଯିବା ମୋର କର୍ତ୍ତବ୍ୟ | ପ୍ରଭୁ ଜଗନ୍ନାଥ ପିଲାଟିର ଯତ୍ନ ନେବାକୁ ଏଠାରେ ଅଛନ୍ତି। ”| ତାଙ୍କ ତରଫରୁ ଲୋକଙ୍କୁ ତ ସାହାଯ୍ୟ ମିଳିଥିଲା କିନ୍ତୁ ଘରକୁ ଫେରିବା ପରେ ତାଙ୍କ ପୁଅ ଆଉ ଦୁନିଆରେ ନଥିଲେ | ଆଉ ତାଙ୍କର ପ୍ରସିଧ ଲେଖନୀ
ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ |
ଗୋପାବନ୍ଧୁ ଦାସ(Gopabandhu Das) ପରେ କଲିକତା ବିଶ୍ୱବିଦ୍ୟାଳୟକୁ ପଡ଼ିବାକୁ , ଯେଉଁଠାରେ ସେ ଏମଏ ଏବଂ ଏଲ.ଏଲ୍.ବି ହାସଲ କରିଥିବାବେଳେ ସହରରେ ରହୁଥିବା ଓଡିଆ ଲୋକଙ୍କ ଶିକ୍ଷାରେ ଉନ୍ନତି ଆଣିବାକୁ ସେ ବହୁତ ଚେଷ୍ଟାକରିଥିଲେ, ଆଉ ସେ ଓଡ଼ିଆ ଲୋକଙ୍କ ପାଇଁ ରାତ୍ରି ବିଦ୍ୟାଳୟ ଖୋଲିଥିଲେ। ଏହି ସମୟରେ ସ୍ଵଦେଶୀ ଆନ୍ଦୋଳନ ସାମାଜିକ ସଂସ୍କାର ଏବଂ ଶିକ୍ଷାଗତ ଉନ୍ନତି ଆଣିବାକୁ ତାଙ୍କୁ ବହୁତ ପ୍ରଭାବିତ କରିଥିଲା | ସେ ତାଙ୍କ ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଦିନ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ସେ 28 ବର୍ଷ ବୟସର ହୋଇଥିବା ସମୟରେ ତାଙ୍କର ସମସ୍ତ ତିନି ପୁଅଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ସେ ସୁଆଣ୍ଡୋରେ ଥିବା ତାଙ୍କ ସମ୍ପତ୍ତିର ଅଂଶ ସହିତ ଏକ ବଡ଼ ଭାଇକୁ ତାଙ୍କର ଦୁଇ ଝିଅର ଯତ୍ନ ନେବାକୁ ବାଛିଥିଲେ |
ସେ ସାକ୍ଷୀଗୋପାଳ ଠାରେ ଗୁରୁକୁଲ ପରମ୍ପରା ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଯାହାର ନାଁ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ଥିଲା | ସେ ସମୟରେ ବ୍ରାହ୍ମଣମାନଙ୍କ ବିରୋଧ ସତ୍ୱେ ଅଣ ସମ୍ପ୍ରଦାୟ ଲୋକମାନଙ୍କ ଶିକ୍ଷା ପ୍ରତି ଆଗ୍ରହୀ ଥିଲେ | ତାଙ୍କର ଏଇଆ ଭାବନା ଥିଲା ଯେ ଲୋକମାନଙ୍କର ନିଜ ଦେଶ ପ୍ରତି କର୍ତ୍ତବ୍ୟ ଓ ନିଜର ଜନ୍ମଜାତ ସ୍ୱାଧୀନତା ବିଷୟରେ ଅବଗତ ପାଇଁ ଶିକ୍ଷା ନିହାତି ଜରୁରୀ | ବିଦ୍ୟାଳୟରେ ଶିକ୍ଷା ସହ , ଶିକ୍ଷା ଦ୍ୱାରା ଛାତ୍ର ମାନଙ୍କୁ ଦେଶଭକ୍ତି ର ଭାବନା ଓ ମାନବ ସେବା ର ମହତ୍ୱ ବିଷୟରେ ଶିକ୍ଷ୍ୟା ପ୍ରଦାନ କରୁଥିଲେ |
ଯେତେବେଳେ ଜାତି ଭିତ୍ତିକ ଅତ୍ୟାଚାର ବ୍ୟାପିଥିଲା , ସେତେବେଳେ ତାଙ୍କର ଗୁରୁକୁଳ ସମସ୍ତ ଜାତି ଏବଂ ବର୍ଗର ପିଲାମାନଙ୍କୁ ଏକାଠି ବସିବା, ଭୋଜନ କରିବା ଏବଂ ଅଧ୍ୟୟନ କରିବାକୁ ଅନୁମତି ଦେଇଥିଲା |
ଗୁରୁକୁଲ ସିଷ୍ଟମକୁ ଏକ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିତ କରାଯାଇଥିଲା ଏବଂ 1914 ରେ ଏହାର ପ୍ରଥମ ମାଟ୍ରିକ୍ ପରୀକ୍ଷା କରିବା ପାଇଁ କଲିକତା ବିଶ୍ୱବିଦ୍ୟାଳୟରୁ ମଧ୍ୟ ଅନୁବନ୍ଧିତ ହୋଇଥିଲା। ଏହା ମଧ୍ୟ 1917 ମସିହାରେ ପାଟନା ବିଶ୍ୱବିଦ୍ୟାଳୟ ସହିତ ଜଡିତ ହୋଇଥିଲା ଏବଂ 1921 ରେ ଏକ ଜାତୀୟ ବିଦ୍ୟାଳୟ ହୋଇଥିଲା। କିନ୍ତୁ ଏହି ବିଦ୍ୟାଳୟଟି ବହୁତ ଦିନ ପର୍ଯ୍ୟନ୍ତ ଚାଲି ନଥିଲା , ଆର୍ଥିକ ପରିସ୍ଥିତି ଯୋଗୁଁ 1926 ମସିହାରେ ଏହାକୁ ବନ୍ଦ କରିବାକୁ ପଡିଥିଲା |
ସେ 1917 ରେ ବିଧାନ ପରିଷଦ ଭାବରେ ନିର୍ବାଚନ ରେ ଛିଡା ହେଇଥିଲେ |ସେ 1919 ମସିହାରେ ବିଧାନ ପରିଷଦ ପଦବୀ କି ଛାଡି ଦେଇ 1920 ମସିହାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ପରେ କଂଗ୍ରେସ ରେ ଯୋଗ ଦେଇଥିଲେ
ଗୋପବନ୍ଧୁ ଦାସ ଭାଷାର ଆଧାର ରେ ରାଜ୍ୟ ଗଡ଼ିବା କୁ ନେଇ ଉତ୍କଳ ସମ୍ୱିଳିନୀ ର ଲକ୍ଷ ବିଷୟରେ ମହାତ୍ମା ଗାନ୍ଧୀଙ୍କ ସହ ଆଲୋଚନା କରିବା ପାଇଁ କୋଲକାତା ଓ ନାଗପୁର ର ଭାରତୀୟ ଜାତୀୟ କଂଗ୍ରେସ ବୈଠକରେ ଭାଗ ନେଇଥିଲେ
ସେ 1920 ରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ର ପ୍ରଥମ ଅଦକ୍ଷ ଭାବରେ କାର୍ଯ୍ୟ କରିଥିଲେ ଆଉ 1928 ମସିହା ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ | ଲୋକମାନଙ୍କୁ ଅସହଯୋଗ ଆନ୍ଦୋଳନ ପ୍ରତି ପ୍ରେରିତ କରିବା ପାଇଁ 1921 ମସିହାରେ ମହାତ୍ମା ଗାନ୍ଧୀଙ୍କୁ ସେ ଓଡିଶା ଆସିବା ପାଇଁ କହିଥିଲେ |
ସ୍ୱାଧୀନତା ସଂଗ୍ରାମ ସମୟରେ ତାଙ୍କୁ ଅନେକ ଥର ଜେଲ ହୋଇଥିଲା । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗୋପାବନ୍ଧୁଙ୍କୁ ‘ଓଡ଼ିଶାରେ ଜାତୀୟ ଆନ୍ଦୋଳନର ପିତା’ ବୋଲି କହିଥିଲେ।
ସେ ଲୋକମାନଙ୍କୁ ପ୍ରେରିତ କରିବା ପାଇଁ 1913 ରୁ 1915 ପର୍ଯ୍ୟନ୍ତ ନିଜ ବିଦ୍ୟାଳୟରୁ ସତ୍ୟବାଦୀ ନାମକ ମାସିକ ପତ୍ରିକା ଲେଖୁଥିଲେ | ଏହି ସମୟରେ ସେ ଅନେକ କବିତା ଲେଖିଥିଲେ |
ତାଙ୍କ ଦ୍ୱାରା କିଛି ଲେଖା
ଅବକାଶ ଚିନ୍ତା, କାରାକବିତା, ବନ୍ଦୀର ଆତ୍ମକଥା, ଧର୍ମପଦ, ବ୍ରହ୍ମତତ୍ତ୍ବ ବା ନଚିକେତା ଉପାଖ୍ୟାନ, ଗୋମହାତ୍ମ୍ୟ
ସେ ବ୍ରହ୍ମପୁର ରେ ଆଶା ନାମକ ଏକ ଖବର କାଗଜ ସମ୍ପାଦନ କରିଥିଲେ କିନ୍ତୁ ଏହା ବହୁ ଦିନ ଚାଲି ନଥିଲା | ପରେ 1919 ରେ ନିଜ ବିଦ୍ୟାଳୟ ପରିସରରୁ ସମାଜ ପତ୍ର ର ଆରମ୍ଭ କରିଥିଲେ ଏହା 1927 ମସିହାରେ ଦୈନିକ ଖବର କାଗଜ ହୋଇଯାଇଥିଲା |
ଗୋପବନ୍ଧୁ ଦାସ 1928 ମସିହାରେ ଲୋକ ସେବକ ମଣ୍ଡଳର ଅଖିଳ ଭାରତୀୟ Vice-president ହେଇଥିଲେ , ଲାହୋର ଠାରେ ଏକ ସମାଜ ର ବୈଠକ ରେ ଭାଗ ନେଇଥିବା ସମୟରେ ସେ ବୀମାର ପଡ଼ିଥିଲେ ଆଉ ସେ 17 ଜୁନ 1928 ରେ ତାଙ୍କର ମୃତ୍ୟୁ ହେଇଯାଇଥିଲା |
ଗୋପବନ୍ଧୁ ଦାସ 1928 ମସିହାରେ ଲୋକ ସେବକ ମଣ୍ଡଳର ଅଖିଳ ଭାରତୀୟ Vice-president ହେଇଥିଲେ , ଲାହୋର ଠାରେ ଏକ ସମାଜ ର ବୈଠକ ରେ ଭାଗ ନେଇଥିବା ସମୟରେ ସେ ବୀମାର ପଡ଼ିଥିଲେ ଆଉ ସେ 17 ଜୁନ 1928 ରେ ତାଙ୍କର ମୃତ୍ୟୁ ହେଇଯାଇଥିଲା |
ରାଜନୀତି ବିଜ୍ଞାନ ର ପ୍ରଫେସର ବ୍ରମହାନନ୍ଦ ଶତପଥୀ ଗୋପବନ୍ଧୁ ଦାସ ଙ୍କ ବିଷୟରେ କୁହନ୍ତି ଯେ ” ଛୁଆଁ ଅଛୁଆଁ ବିରୋଧରେ ତାଙ୍କର ଅଭିଯାନ , ବିଧବା ମହିଳାଙ୍କ ପୂର୍ଣ୍ଣବିବାହର ସମର୍ଥନ , ସାକ୍ଷରତା ପ୍ରତି ଅଭିଯାନ , ଶିକ୍ଷାର ନୂଆ ମଡେଲ , ଅଧିକାର ଆଉ କର୍ତ୍ତବ୍ୟ ଉପରେ ଅଧିକାର , ମହିଳା ଶିକ୍ଷ୍ୟା, ସବୁଠୁ ବଡ ନିରାଶ୍ରୟଃ ଙ୍କ ପ୍ରତି ସହାନୁଭୂତି ଆଉ କରୁଣା ଭାବ ଦ୍ୱାରା ଗୋପବନ୍ଧୁ ଦାସ ଆଜି ଓଡିଶା ଆଉ ଭାରତ ପାଇଁ ଅମର ହେଇଯାଇଛନ୍ତି